ଭୁବନେଶ୍ବର:ଓଡ଼ିଶା ମାଟି ତଳୁ ମିଳିଥିବା ୩ ସୁନା ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏ ନେଇ ଆସନ୍ତା ୩ ତାରିଖରେ ଏକ ବୈଠକ ବସିବ। ନିଲାମ କିପରି ଠିକ୍ ଭାବେ ହେବ ସେ ନେଇ ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନିଆଯିବ । ତେବେ ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି। ଏହା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ସୂଚନାଯୋଗ୍ୟ, ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ (ଜିଏସଆଇ) ସଂସ୍ଥା ରାଜ୍ୟର କେତେକ ସ୍ଥାନରେ ସୁନା ଖଣି ରହିଥିବା ଚିହ୍ନଟ କରିଛି। କେନ୍ଦୁଝର, ମୟୂରଭଞ୍ଜ ଏବଂ ଦେବଗଡ଼ରେ ୧୫ ଶହ ୮୬ କେଜି ସୁନା ଥିବା ଅନୁସନ୍ଧାନରୁ ଜଣା ପଡିଛି।
ସୂଚନାଥାଉକି, କେବଳ କେନ୍ଦୁଝର, ମୟୁରଭଞ୍ଜ ଆଉ ଦେବଗଡ଼ ନୁହେଁ, ଅନୁଗୁଳ, ନବରଙ୍ଗପୁର, ସମ୍ବଲପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ମଧ୍ୟ ସୁନା ଖଣି ଥିବା ନେଇ ବିଧାନସଭାରେ ତଥ୍ୟ ଆସିଥିଲା।
Comments are closed.