ନୂଆଦିଲ୍ଲୀ: ଗୁରୁବାର ରୁଷର ଏକ ତେଲ ଟ୍ୟାଙ୍କରକୁ ଜବତ କରିଛି ଆମେରିକା । ସପ୍ତାହରୁ ଅଧିକ ସମୟ ଧରି ଆଟଲାଣ୍ଟିକ ସାଗରରେ ପିଛା କରିବା ପରେ ଭେନେଜୁଏଲାରୁ ଆସୁଥିବା ଋଷ ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା । ଏଥିରେ ୨୮ ଜଣ କ୍ରିଉ ମେମ୍ବର ଥିବାବେଳେ, ୩ ଜଣ ଭାରତୀୟ ରହିଛନ୍ତି । ୧୭ ଜଣ ୟୁକ୍ରେନ ଏବଂ ୬ ଜଣ ଜର୍ଜିଆ ନାଗରିକ ଅଛନ୍ତି । ଜାହାଜର କ୍ୟାପଟେନଙ୍କ ସମେତ ୨ ଜଣ ରୁଷ ନାଗରିକ ଅଛନ୍ତି ।
ଏବେ ଜାହାଜର ମାଲିକାନା ଯାଞ୍ଚ କରୁଛି ଆମେରିକା । ଆମେରିକା କରିଥିବା ଘେରାବନ୍ଦୀ ଅତିକ୍ରମ କରି ଏହି ଅଏଲ ଟ୍ୟାଙ୍କରଟି ଚାଲି ଆସିଥିବା ଅଭିଯୋଗ ହୋଇଥିଲା । ୨୦୨୫ ଜିସେମ୍ବରରୁ ଆମେରିକା ଭେନେଜୁଏଲାରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଜାରି କରିଥିଲା ।
ସେପଟେ, ଏହି ଘଟଣାକୁ ରୁଷିଆ କଡ଼ା ବିରୋଧ କରିଛି । ତେଲ ଟ୍ୟାଙ୍କରରେ ଥିବା ସମସ୍ତଙ୍କ ସହ ଉଚିତ୍ ବ୍ୟବହାର କରିବାକୁ ଏବଂ ତୁରନ୍ତ ମୁକ୍ତ କରି ଦେବାକୁ ଆମେରିକାକୁ କହିଛି ରୁଷିଆ । ଅନ୍ୟ ରାଷ୍ଟ୍ରରେ ପଞ୍ଜିକୃତ ଜାହାଜକୁ ଏଭଳି ସିଜ୍ କରିବାର ଅଧିକାର କାହା ପାଖରେ ନାହିଁ ବୋଲି ରୁଷିଆ ପରିବହନ ବିଭାଗ କହିଛି ।