Latest Odisha News

BREAKING NEWS

ପରକୀୟା ପ୍ରୀତିରୁ ଗୁଳିକାଣ୍ଡ, ୩ ଗୁରୁତର  

ଆଠଗଡ : ଜେନାପଦା ଗାଁରେ ଅଭାବନୀୟ ଘଟଣା  । ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ ଘଟିଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି  ।

ସୂଚନା ଅନୁଯାୟୀ, ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ ମାମୁଁ ଘରେ ଜେନାପଦାରେ ରହି ପାଠ ପଢ଼ୁଥିଲେ । ପରେ ସେ ସେନା ବାହିନୀରେ ଚାକିରୀ କରି ଅବସର ନେବା ପରେ ୬୫ ନଂ ରାଜ୍ୟ ରାଜପଥ କଡ ମାରୁ ଗୋଠ ଛକରେ ଘର କରି ରହିବା ସହ ଏକ ସର୍ଭିସିଂ ସେଣ୍ଟର କରିଛନ୍ତି। ତେବେ ମାମୁଁଘର ଜେନାପଦା ଗ୍ରାମର ସେନା ବାହିନୀରେ ଚାକିରି କରିଥିବା ଜନୈକ ବ୍ୟକ୍ତିଙ୍କ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଲିଟୁନା ଗତ ଏକ ମାସ ତଳେ ସୋସିଆଲ ମିଡ଼ିଆରେ ଉଭୟଙ୍କର ମିଳିତ ଫଟୋ ଛାଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟ ମଧ୍ୟରେ ବୁଝାମଣା ମାମଲା ଶାନ୍ତ ପଡିଥିଲା ।

ରବିବାର ସନ୍ଧ୍ୟାରେ ଲିଟୁନା ଜେନାପଦା ଗ୍ରାମକୁ ଯାଇ ସଂମ୍ପୃକ୍ତ ସ୍ତ୍ରୀ ଲୋକ ସହିତ ସମ୍ପର୍କ ପାଇଁ ଉଦ୍ୟମ କରୁଥିବା ବେଳେ ମହିଳାଙ୍କ ଶ୍ବଶୁର ବଂଶୀଧର ନାୟକ, ଦାଦା ଶଶୁର ଦୀନବନ୍ଧୁ ନାୟକ ଏବଂ ଦିଅର ଅର୍ଥାତ ବଂଶୀଧରଙ୍କ ପୁଅ ଜିତୁନା ନାୟକ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଅଭିଯୁକ୍ତ ଲିଟୁନା ପାଖରେ ରଖିଥିବା  ନିଜ ବନ୍ଧୁକରୁ ସାତ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ବଂଶୀଧରଙ୍କ ପେଟ, ଅଣ୍ଟାରେ  ତିନୋଟି, ଦୀନବନ୍ଧୁଙ୍କ ଜଂଘ ଓ ହାତରେ ତିନୋଟି ଏବଂ ଜିତୁନାଙ୍କ ପଛରେ ଗୋଟିଏ ଗୁଳି ବାଜିଛି । ଗୁଳି ମାଡ଼ ପରେ ସ୍ଥାନୀୟ ଲୋକଙ୍କ ସହିତ ପରିବାର ଲୋକେ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଡାକ୍ତର ଏସ୍. ଦୁଆ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଛନ୍ତି । ଏନେଇ ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.