Latest Odisha News

BREAKING NEWS

ଭାଷା ଭାଗବତ : ନବୀନ ସମସ୍ୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଅନେକ ଭାଷାର ଶବଦ
ହେଲେ ହେଁ ସ୍ବଭାଷା ସଂପଦ
ବିଭିନ୍ନ ଅନ୍ୟ ଭାଷା ପ୍ରତି
ବଦଳୁନାହିଁ ଲୋକମତି

ରାଜ୍ୟରେ ବହୁବିଧ ଭାଷା
ଚଳିଲେ ସୁଦ୍ଧା ଆମ ଆଶା
କେବଳ ଏକମାତ୍ର ଭାଷା
ହୁଅଂତା ସଭିଂକ ଭରସା

ଏହି ସଂକୀର୍ଣ ଚିଂତାଧାରା
ପାଉନି କୂଳ କି କିନାରା
ହୋଇଯାଇଛି ଦିଶାହରା
ଏହା ହିଁ ଲୋକ ପରଂପରା

ଗ୍ରହଣଶୀଳ ହେଲେ ଜାତି
ଉନ୍ନତି ପଥେ ଚାଲେ ବ୍ୟକ୍ତି
ସଭିଂକୁ କଲେ ପ୍ରତ୍ୟାଖ୍ୟାନ
ହୁଏନି ବିକାଶ, ବର୍ଧନ

ଯାହା ହୋଇଛି ପ୍ରମାଣିତ
ତା’ର ସଂଧାନ ଅବିରତ
ଚଳାଇ ଆମ ଜ୍ଞାନୀଜନ
କରଂତି ବିତ୍ତ ଉପାର୍ଜନ

ଶାସ୍ତ୍ରୀୟ ଆଖ୍ୟା ପାଇ ସାରି
ଅତୀତ ପାରୁନୁ ପାସୋରି
ହେଉନୁ ଭବିଷ୍ଯତମୁଖୀ
‘ କାହିଁକି? ‘ ପଚାରୁଁ ଏଣିକି

ଯୋଜନା କରି ପ୍ରଣୟନ
ଯୋଗାଇ ସରକାରୀ ଧନ
କେଉଁ ଭାଷାର ଉନ୍ନୟନ
ହେବାର ମିଳୁନି ପ୍ରମାଣ

ମନେ ସମସ୍ୟା କରି ସୃଷ୍ଟି
ବିଜ୍ଞଜନ ଗଢ଼ଂତି ଗୋଷ୍ଠୀ
ବୈଠକ ବସେ ପ୍ରତି ଦିନ
ମିଳେନି କେବେ ସମାଧାନ

ନ ବୁଝି ପ୍ରକୃତ ଅବସ୍ଥା
ଯାହା ବି କରଂତି ବ୍ୟବସ୍ଥା
ତା ହୁଏ ନବୀନ ସମସ୍ୟା
ଏମିତି ଚଳେ ଆମ ଭାଷା

Leave A Reply

Your email address will not be published.