Latest Odisha News

BREAKING NEWS

ଭୁବନେଶ୍ୱର: କାନ୍ଥ ଧସି ୩ଜଣ ଶ୍ରମିକ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ଅନ୍ତର୍ଗତ ପାଇକ ନଗର ନିକଟବର୍ତ୍ତୀ ଏକ ପାଉଁରୁଟି ଫ୍ୟାକ୍ଟ୍ରିର କାନ୍ଥ ଧସିଯିବାରୁ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ ସୁତ୍ରରୁ ପ୍ରକାଶ ଯେ ଡେଲଟା ଅଞ୍ଚଳ ସ୍ଥିତ ପାଉଁରୁଟି ଫ୍ୟାକ୍ଟି ପାଖରେ ଥିବା ଡ୍ରେନ ଖନନ କାର୍ଯ୍ୟରେ ପାଖାପାଖି ୭ଜଣ ଶ୍ରମିକ ଲାଗିଥିବାବେଳେ ହଠାତ୍ ଏହି ୨୫ ଫୁଟର କାନ୍ଥ ଭାଙ୍ଗିଯାଇଥିଲା ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ସହ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏଥିସହିତ ଗୁରୁତର ୩ଜଣ ଶ୍ରମିକଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟଶଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.