Latest Odisha News

BREAKING NEWS

ଆଜି କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି

ଭୁବନେଶ୍ୱର: ଅକ୍ଟୋବର ୧୧ ତାରିଖରେ ଘଟିଥିବା ଭୟଙ୍କର ତିତଲି ବାତ୍ୟା ପ୍ରଭାବିତ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରୀୟ ଦଳ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ (କେନ୍ଦ୍ର-ରାଜ୍ୟ ସମୂହ) ଏସ.କେ ସାହିଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଗଜପତି ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବେ ।

ଏହି ଟିମ ଗଜପତି ଜିଲ୍ଲା ପରିଦର୍ଶନ କରିବା ସମୟରେ ଗଙ୍ଗାବାଡ଼ ଓ ଚମ୍ପାପୁର ପଞ୍ଚାୟତ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ ପରେ ଏସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଏହି ଟିମର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଦଳ ଭୁବନେଶ୍ୱର ଆସି ସନ୍ଧ୍ୟା ସମୟରେ ରାଜ୍ୟ ସରକାରଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଗଞ୍ଜାମ ଜିଲ୍ଲା ବାରତ ପଞ୍ଚାୟତର ସରପଞ୍ଚ ଗୋବର୍ଦ୍ଧନ ନାୟକ ଗୁରୁବାର ଦିନ କହିଛନ୍ତି, ଏହି ଅଞ୍ଚଳରେ ପୀଡ଼ିତମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ସହିତ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି ।

ଏହି ଗସ୍ତ ସରିବା ପରେ ଏହି ଟିମ ସପ୍ତାହକ ମଧ୍ୟରେ କେନ୍ଦ୍ରକୁ ଏନେଇ ଏକ ରିପୋର୍ଟ ପ୍ରଦାନ କରିବେ ।

Leave A Reply

Your email address will not be published.