Latest Odisha News

BREAKING NEWS

ନିର୍ବାଚନ ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଂ, ଯାଞ୍ଚ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ କାର୍‌ ଯାଞ୍ଚ ବେଳେ କାରରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । କିଏ ଓ କେଉଁ ପରିସ୍ଥିତିରେ ଟଙ୍କା ନେଉଥିଲେ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ପୋଲିସ କମିଶନର। ତେବେ ଟଙ୍କା ଜବତ ବେଳେ କୌଣସି ପ୍ରମାଣ ଦେଇନପାରିବାରୁ ଗାଡିକୁ ଅଟକ ରଖିଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ଧରାପିଡ଼ିଛି ଟଙ୍କା ନେଇଯାଉଥିବା କାର।

ଗାଡିଟିକୁ ଜବତ କରିଛି କମିଶନରେଟ ପୋଲିସର ଚନ୍ଦ୍ରଶେଖରପୁର ଥାନା। ଏ ନେଇ ଅଧିକ ତଦନ୍ତଚାଲିଥିବା କହିଛନ୍ତି ପୋଲିସ କମିଶନର। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଙ୍ଗ। ସେହିପରି ସୁବର୍ଣ୍ଣପୁର ବିନିକାରୁ ବୁଲେଟ୍‌ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା । ନିର୍ବାଚନ ପୂର୍ବରୁ କଡ଼ାକଡ଼ି ଯାଞ୍ଚ ବେଳେ ମିଳିଲା ଏହି ଟଙ୍କା।

ନିର୍ବାଚନ ବେଳେ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚକୁ କଡ଼ା କରିଦିଆଯାଇଛି। ଭୁବନେଶ୍ୱରରେ ଏଥିଲାଗି ଚାଲିଛି ଫୁଟ ପାଟ୍ରୋଲିଂ। ବସ୍ତି ମାନଙ୍କରେ ଫ୍ଲାଗ ମାର୍ଚ୍ଚ କରୁଛି କମିଶନରେଟ ପୋଲିସ। ମଦ୍ୟପ ଡ୍ରାଇଭରଙ୍କୁ ପ୍ରତିଦିନ ଧରାଯାଉଛି। ବାରମ୍ବାର ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲ କହିଛନ୍ତି ପୋଲିସ କମିଶନର।

 

Leave A Reply

Your email address will not be published.