Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦାବି କଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ମାର୍ଚ୍ଚ ୧୬ରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛି CMO । ବିଜେଡିର ଜଣେ ନେତାଙ୍କ ସହ CMOର ଜଣେ ବାବୁ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ରାଜନୈତିକ କାର୍ଯ୍ୟରେ ବ୍ୟବହୃତ ହେଉଛି ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।

ସମୀର କହିଛନ୍ତି ଯେ, ବିଜେଡି ନେତା ଭୈରବ ପାଣ୍ଡିଆନ ଗତକାଲି ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନ୍ନିଲ କ୍ରିଷ୍ଣା ଉପସ୍ଥିତ ଥିଲେ । ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆହୁରି ଅନେକ ଅଧିକାରୀ ମଧ୍ୟ ସେଠାରେ ଥିବାର ଦେଖିବାକୁ ମିଳିଥିଲା । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ବିଜେଡିର ଜଣେ ରାଜନୈତିକ ନେତାଙ୍କ ପାଖରେ ସରକାରୀ ଅଧିକାରୀ ରହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ସମୀର ।

ସମୀର ଆହୁରି ମଧ୍ୟ କହିଛନ୍ତି ଯେ, ଭିକେ ପାଣ୍ଡିଆନ କୌଣସି ନିର୍ବାଚିତ ଜନପ୍ରତିନିଧି ନୁହନ୍ତି । ତାଙ୍କ ଗସ୍ତ ବେଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ରହିଥିଲେ? ପ୍ରଶାସନିକ ଅଧିକାରୀ ଭିନ୍ନିଲ କ୍ରୀଷ୍ଣା ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଭିନ୍ନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବହିଷ୍କାର କରିବା ପାଇଁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.