Latest Odisha News

BREAKING NEWS

NCB ସ୍କାନରରେ ଦୀପିକାଙ୍କ ୩ କୋ-ଷ୍ଟାର, ନାଁର ପ୍ରଥମ ଅକ୍ଷର S-R-Aରୁ ଆରମ୍ଭ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଯେତିକି ତଦନ୍ତ ଆଗଉଛି ସାମାନକୁ ଆସୁଛି ନୂଆ ନୂଆ ଏପିସୋଡ । ଦୀପିକା ପାଦୁକୋନଙ୍କୁ ପଚରାଉଚରା ପରେ ଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ଅଛନ୍ତି ବଲିଉଡର ଆଉ କିଛି ସେଲିବ୍ରିଟି । ଚର୍ଚ୍ଚା ହେଉଛି ଦୀପିକାଙ୍କ ସହ କାମ କରିଥିବା ୩ ଜଣ ସୁପରଷ୍ଟାରଙ୍କୁ ଡାକିପାରେ ଏନସିବି ।

ଦୀପିକାଙ୍କ ସହ କାମ କରିଥିବା କିଏ ସେହି ତିନି ଜଣ ସେଲିବ୍ରିଟି ଷ୍ଟାର ? ଯାହାକୁ ଖୁବଶୀଘ୍ର ଏନସିବି ସମନ କରିପାରେ । ମିଳିଥିବା ସୂଚନା ଅନୁସାରେ ସେମାନଙ୍କର ନାଁର ପ୍ରଥମ ଅକ୍ଷର ଏସ୍, ଆର୍ ଓ ଏରୁ ଆରମ୍ଭ ହୋଇଛି । ସେମାନେ ସମସ୍ତେ ମେଲ୍ ଆକ୍ଟର ।

ଚର୍ଚ୍ଚା ହେଉଛି ନାଁର ପ୍ରଥମ ଅକ୍ଷର ‘S’ ଥିବା ବ୍ୟକ୍ତି ଡ୍ରଗ୍ସ କିଣାରେ ସାମିଲ ଥିଲା । ସେ ଡ୍ରଗ୍ସ ‘R’ ଓ ‘A’ ଅକ୍ଷର ନାମଧାରୀ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଉଥିଲା ।

ନିକଟରେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିଥିଲା ଏନସିବି । ସେମାନଙ୍କ ମୋବାଇଲ୍ ଫୋନକୁ ବି ଜବତ କରାଯାଇଥିଲା । ଡ୍ରଗ୍ସ ଲିଙ୍କରେ ଏଯାଏଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

Leave A Reply

Your email address will not be published.