Latest Odisha News

ଚଟୁମାରୀ ଡକାୟତି ଓ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ, ଚୋରି ସୁନା ଜବତ

ଯାଜପୁର : ଚଟୁମାରୀ ଗାଁରେ ହୋଇଥିବା ଡକାୟତି ଓ ହତ୍ୟା ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ମାସ ୨୬ତାରିଖ ବିଳମ୍ବିତ ରାତିରେ ବରୀ ଥାନା ଅନ୍ତର୍ଗତ ଭଅଁରା ପଞ୍ଚାୟତ ଚଟୁମାରୀ ଗାଁରେ ଡକାୟତି ହୋଇଥିଲା । ସେହି ସମୟରେ ଡ଼କାୟତ ମାନଙ୍କ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଯାଜପୁର ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ଏହି ଘଟଣାରେ ୮ ଜଣ ସାମିଲ ଥିଲେ। ସଂପୃକ୍ତ ୬ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏଥିସହ ଚୋରି ସୁନା ଜବତ କରିଛି । ଡ଼କାୟତ ମାନଙ୍କ ଠାରୁ ଚୋରି ସୁନା କିଣିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପଟ୍ଟାମୁଣ୍ଡାଇ ଓ ଡେରାବିଶ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୬ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ଏସ୍ଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

 

 

Leave A Reply

Your email address will not be published.