Latest Odisha News

BREAKING NEWS

ସହର ଅପେକ୍ଷା ଗାଁରେ ଅକ୍ଟୋବରରେ ବଢ଼ିଛି ବେରୋଜଗାରୀ

ନୂଆଦିଲ୍ଲୀ: ଗତମାସ ତୁଳନାରେ ଦେଶରେ ଅକ୍ଟୋବର ମାସରେ ବେରୋଜଗାରୀ ବଢ଼ିଛି । ଆଉ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଚାକିରି ହରାଇଛନ୍ତି । ଚେନ୍ନାଇ ସ୍ଥିତ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଏହି ସୂଚନା ଦେଇଛି ।

ସିଏମ୍ଆଇ ଅନୁସାରେ, ଅକ୍ଟୋବର ମାସରେ ବେରୋଜଗାରୀ ହାର ୭.୮ ପ୍ରତିଶତ ରହିଛି । ଯେତେବେଳେ କି ସେପ୍ଟେମ୍ବର ମାସରେ ୬.୪ ପ୍ରତିଶତ ଥିଲା । ସହରାଞ୍ଚଳରେ ବେରୋଜଗାରୀ ହାର ସାମାନ୍ୟ ଖସିଥିବା ବେଳେ ଗ୍ରାମାଞ୍ଚଳରେ ବଢ଼ିଛି ।

ଗ୍ରାମାଞ୍ଚଳରେ ସେପ୍ଟେମ୍ବରରେ ବେରୋଜଗାରୀ ହାର ୫.୮ ପ୍ରତିଶତ ରହିଥିବା ବେଳେ ଅକ୍ଚୋବର ମାସରେ ୮.୦୪ ପ୍ରତିଶତ ରହିଛି । ତେବେ ଅକ୍ଟୋବର ମାସରେ ଗ୍ରାମାଞ୍ଚଳରେ ଚାଷ କାର୍ଯ୍ୟ ହେଉଥିବାରୁ ଏଭଳି ସ୍ଥିତି ଦେଖା ଯାଇଥିବା ସିଏମ୍ଆଇ କହିଛି ।

Leave A Reply

Your email address will not be published.