Latest Odisha News

BREAKING NEWS

କଟକକୁ କଳଙ୍କିତ କଲେ ୩ ବିଧାୟକ: ସୁବାସ ସିଂ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ୩ ବିଧାୟକ କଟକକୁ କଳଙ୍କିତ କଲେ ସେ କହିଛନ୍ତି ।
କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଛନ୍ତି ସୁବାସ । ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ ୩ଜଣ କଟକକୁ କଳଙ୍କିତ କଲେ । ଏମାନେ ଯେଭଳି ବିଶ୍ବାସଘାତ କରିଛନ୍ତି, ରାଜ୍ୟବାସୀ କେବେ କ୍ଷମା ଦେବେନି ବୋଲି କହିଛନ୍ତି ସୁବାସ ସିଂ।
ଆଗକୁ ଏମାନେ ଖତ ହୋଇଯିବେ।୨ ବର୍ଷ ତଳୁ ଏମାନେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ, ଏବେ ସାମ୍ନାକୁ ଆସିଲା ।ଦମ୍ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ । କେବଳ ନିଜ ଅପକର୍ମକୁ ଲୁଚାଇବା ପାଇଁ ବିଜୁ ଲିଗାସି କଥା କହୁଛନ୍ତି ବୋଲି କହିଛନ୍ତି ସୁବାସ ସିଂ ।

 

Comments are closed.