Latest Odisha News

BREAKING NEWS

ରେମତା ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବରଗଡ଼: ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା। ରେମତା ଗାଁ ମଝିରୁ ଉଦ୍ଧାର ହେଲା ବଜ୍ରକାପ୍ତା। ବରଗଡ଼ ଜିଲ୍ଲା ରେମତାଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରଥମେ ଏହାର ଶବ୍ଦ ଶୁଣିଥିଲେ। ଅନ୍ୟ ଯୁବକଙ୍କୁ ଏହି ଶବ୍ଦ ବିଷୟରେ ଜଣାଇବା ସହ ସେମାନଙ୍କ ସହଯୋଗରେ ତାଙ୍କ ଗାଁ କ୍ଲବରେ ବଜ୍ରକାପ୍ତାକୁ ରଖିଥିଲେ।

ପରେ ବନ ବିଭାଗକୁ ବଜ୍ରକାପ୍ତା ସମ୍ବନ୍ଧରେ ଖବର ଦେଇଥିଲେ। ଖବର ପାଇ ଆଜି ସକାଳୁ ବରଗଡ଼ ରେଞ୍ଜ ବନ ବିଭାଗର ଏକ ଟିମ୍ ପକ୍ଷରୁ ଏହି ସ୍ଥାନକୁ ଯାଇ ଏହି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ତେବେ ବନ ବିଭାଗକୁ ସହଯୋଗ କରିଥିବାରୁ ଏହି ଯୁବକମାନଙ୍କୁ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.