Latest Odisha News

BREAKING NEWS

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆଜିଠୁ ଭୁବନେଶ୍ୱରରେ ଖୋଲିବ ୩ କ୍ୟାମ୍ପ

ଭୁବନେଶ୍ୱର: ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିବା ଲାଗି ଭୁବନେଶ୍ୱରରେ ୩ଟି କ୍ୟାମ୍ପ ଅଫିସ୍ ଖୋଲିବ ପରିବହନ ବିଭାଗ ।

କଳ୍ପନା ଛକସ୍ଥିତ ବିଏମସି ଅଫିସ, ସହିଦ ନଗରସ୍ଥିତ ବିଏମସି ୱାର୍ଡ ଏବଂ ନାଲକୋ ଛକସ୍ଥିତ ବିଏମସି ଜୋନାଲ ଅଫିସରେ ଏହି ସବୁ କ୍ୟାମ୍ପ ଅଫିସ୍ ଖୋଲାଯାଇଛି । ଏହି କ୍ୟାମ୍ପ ଅଫିସ୍ ଆଜିଠାରୁ ସେପ୍ଟେମ୍ବର ୨୧ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ମିଳିଛି ।

ନୂଆ ମୋଟର ଯାନ ଅଧିନିୟମ ୨୦୧୯ ଅନୁଯାୟୀ, ଏହାଦ୍ୱାରା ଲୋକମାନଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରାପ୍ତ କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

Leave A Reply

Your email address will not be published.