Latest Odisha News

BREAKING NEWS

ହୀରାକୁଦରେ ଧୀରେଧିରେ ବନ୍ଦ ହେଉଛି ଗେଟ୍; ୧୬ ଟି ଗେଟ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି ।

ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ଆଉ ୧୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

ସୂଚନାନୁସାରେ ହୀରାକୁଦରେ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୪.୩୧ଫୁଟ୍ ରହିଛି । ହୀରାକୁଦ ଗେଟ୍ ବନ୍ଦ କରିବା ପରେ ମହାନଦୀରେ କମିଛି ଜଳ ପ୍ରବାହ ।

Leave A Reply

Your email address will not be published.