Latest Odisha News

BREAKING NEWS

ଆମେରିକାର ଓଡିଶା ସୋସାଇଟି ପକ୍ଷରୁ ନୂଆଖାଇ ପାଳିତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆମେରିକାରେ ଥିବା ଓଡିଆ ସୋସାଇଟି(ଓସା) ପକ୍ଷରୁ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ‘ନୂଆଖାଇ ଜୁହାର’ କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଲୋକ ଭାଗ ନେଇଥିଲେ ।

ଏଥିରେ କୋଶଳି କବି ହଗଳଦର ନାଗ ଭାଗ ନେଇ ସ୍ୱରଚିତ କବିତା ଶୁଣାଇଥିବା ବେଳେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନୂଆଖାଇ କିପରି ଲୋକ ଓ ପ୍ରକୃତି ମଧ୍ୟରେ ସମ୍ପର୍କ ସ୍ଥାପନା କରେ ସେ ନେଇ ଆଲୋକପାତ କରିଥିଲେ । ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢୀ ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ ନୂଆଖାଇ ପରିପ୍ରେକ୍ଷୀରେ ସମସ୍ତଙ୍କୁ ଶୁଭ କାମନା ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ଓସାର ଉପସଭାପତି ଅନୀଲ ପଟନାୟକ ନା ଆମେ କଟିକିଆ, ନା କୋରାପୁଟିଆ , ନା ସମ୍ବଲପୁରିଆ ଗୀତକୁ ବେଶ୍ ଭାବବିହ୍ୱଳ ହୋଇପଡିଥିଲେ ଉପସ୍ଥିତ ଦର୍ଶକ । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କଳାହାଣ୍ଡିର ନୃତ୍ୟକଳା କେନ୍ଦ୍ର ଦ୍ୱାରା ପରିବେଷିତ ଡାଲଖାଇ ରସରକେଲି ନୃତ୍ୟ । ଆମେରିକା ଓ କାନାଡ଼ାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଆଦିବାସୀ ନୃତ୍ୟ ଏବଂ ସମ୍ବଲପୁରୀ ସଂଗୀତର ତାଳେ ତାଳେ ଝୁମିବା ସହିତ ପରସ୍ପରକୁ ନୂଆଖାଇ ଜୁହାର ଅଭିବାଦନ କରିଥିଲେ ।
ସ୍ନିଗ୍ଧା ହୋତା ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.