Latest Odisha News

BREAKING NEWS

କଟକରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

କଟକ: ସୋମବାର କଟକ ଜିଲ୍ଲାରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୩ ଜଣ ସିଏମ୍‌ସି ଅଂଚଳର ଅଛନ୍ତି । ଏନେଇ କଟକ ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି ।

ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ୬୨ ବର୍ଷୀୟ ବୃଦ୍ଧ । ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ସେହିପରି ଅନ୍ୟ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିବା ୫୯ ବର୍ଷୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ଆଉଜଣେ ୫୮ ବର୍ଷୀୟ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଏକ ଘରୋଇ ମେଡିକାଲର କର୍ମଚାରୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, କଟକ ସହରରେ ମୋଟ ୧୯୩ଜଣ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୬୯ଟି ସକ୍ରିୟ ରହିଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.