Latest Odisha News

BREAKING NEWS

ଆୟୁଷ ନିର୍ଦ୍ଦେଶକଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକଙ୍କ ନାଁରେ ଆସିଛି ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ । ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କ ନାଁରେ କାର୍ଯ୍ୟାଳୟର ଜଣେ ମହିଳା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଅଶ୍ଳୀଳ ମ୍ୟାସେଜ ପଠାଇବା ସହ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।

ହ୍ୱାଟସ୍‌ଆପ୍‌ରେ ଅଶ୍ଲୀଳ ଭିଡିଓ ମଧ୍ୟ ପଠାଇ ହଇରାଣ କରୁଥିବା କହିଛନ୍ତି କାର୍ଯ୍ୟରତ ମହିଳା କର୍ମଚାରୀ । ଏମିତିକି ପ୍ରତିବାଦ କରିବାରୁ ଆୟୁଷ ନିର୍ଦ୍ଦେଶକ ତାଙ୍କ ଚାକିରି ନେଇଯିବା ନେଇ ଧମକ ମଧ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସମ୍ପୃକ୍ତ ମହିଳା ଜଣକ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.