Latest Odisha News

BREAKING NEWS

ଏମିତି କିଛି ଗାଁ ଯେଉଁଠାରେ ଫଗୁ ଉଡିବା ଅଶୁଭ: ୧୦୦ ବର୍ଷ ହେବ ପାଳନ ହୋଇନାହିଁ ହୋଲି ଉତ୍ସବ !

ଭୁବନେଶ୍ୱର: ହୋଲି ପର୍ବକୁ ଲୋକମାନେ ହସ ଓ ଖୁସି ସହ ଯୋଡିଥାନ୍ତି ଏବଂ ଏହାକୁ ଶୁଭର ପ୍ରତୀକ ଭାବରେ ବିବେଚନା କରନ୍ତି । କିନ୍ତି ଆମ ଭାରତରେ ଏପରି ଅନେକ ଗ୍ରାମ ଅଛି ଯେଉଁଠାରେ ହୋଲି ପାଳନ କରିବା ଅଶୁଭ ବୋଲି ବିବେଚନା କରାଯାଏ ।

ଛତିଶଗଡରେ ରହିଛି ଏହିଭଳି କିଛି ଗ୍ରାମ ଅଛି ଯେଉଁଠାରେ ବିଶ୍ୱାସ କରାଯାଏ ଯେ ଯଦି ଏଠାରେ ଫଗୁ ଉଡାଯାଏ ତେବେ ଏହା ତାଙ୍କ ପାଇଁ ଖୁସି ବଦଳରେ ଆଣିଦେବ ବିପର୍ଯ୍ୟୟ।

ଲୋକମାନେ କୁହନ୍ତି ଯେ ଏହି ବିଶ୍ୱାସ ଯୋଗୁଁ ବିଗତ ୧୦୦ ବର୍ଷ ଧରି ଏହି ଗାଁରେ ପାଳନ କରାଯାଇନାହିଁ।

ଲୋକମାନେ ଦାବି କରନ୍ତି ଯେ ଯଦି କେହି ହୋଲିରେ ରଙ୍ଗ ଖେଳନ୍ତି, ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ ଅଟେ । ଗ୍ରାମବାସୀଙ୍କ କହିବା ଅନୁସାରେ ଏହାକୁ ନାମାନି ୧୦୦ ବର୍ଷ ପୂର୍ବେ ଜଣେ ଜମିଦାର ହୋଲି ଖେଳିଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ସାଜିଥିଲା ।

ସେହିଭଳି ଆଉ କିଛି ଗ୍ରାମ ହେଉଛି ରାୟଗଡା ଜିଲ୍ଲାର ବାରମେଲା, ହାଟାପାଲି ସମେତ ଅମାଲିପାଲି, ମଞ୍ଜୁରପାଲି, ଜଗଦୀଶପୁର। ଯେଉଁଠାରେ ଏହି ଭୟାନକ କାହାଣୀ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ।

ଏହିସବୁ ସ୍ଥାନରେ ହୋଲିକା ଦାହନ କିମ୍ବା ରଙ୍ଗ ଖେଳାଯାଏ ନାହିଁ । ଗାଁର ଜଣେ ବୟସ୍କ ଲୋକଙ୍କ କହିବା ଅନୁଯାୟୀ, ଏହି ହୋଲି ନଖେଳିବା ପରମ୍ପରା କେବେଠାରୁ ରହିଛି ତାହା ତାଙ୍କୁ ମଧ୍ୟ ଜଣା ନାହିଁ । ସେ ହେତୁ ପାଇବା ଦିନଠାରୁ ସେ ଏହି ପରମ୍ପରା ଦେଖି ଆସୁଛନ୍ତି ।

ସେ ଦାବି କରିଛନ୍ତି ଯେ ବହୁ ବର୍ଷ ପୂର୍ବେ ଜଣେ ଜମିଦାର ଏଠାରେ ହୋଲି ଖେଳିଥିଲେ ଯାହା ପରେ ଏକ ସିଂହ ଗାଁକୁ ଆସି ସେହି ଜମିଦାରଙ୍କୁ ନେଇ ମରିଦେଇଥିଲା।

ଏହି ଘଟଣା ପରେ ଗାଁର ଜଣେ ବାଇଗା ସ୍ୱପ୍ନ ଦେଖିଥିଲେ। ଏହା ପରେ ସେ ଗ୍ରାମବାସୀଙ୍କୁ କହିଥିଲେ ଯେ ଗାଁରେ ମଞ୍ଜୁରପାଲିହିନ୍ ଦେବୀଙ୍କ ଏକ ମନ୍ଦିର ନିର୍ମାଣ କରିବାକୁ ପଡିବ ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ସମସ୍ତେ ରକ୍ଷା କରିବେ। ଏଥିସହ ହୋଲି କେବେବି ପାଳନ ନକରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.