Latest Odisha News

BREAKING NEWS

ସାବେରୀ ନଦୀରେ ଡଙ୍ଗା ବୁଡ଼ିଯାଇ ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ଘାଟ ନିକଟ ସାବେରୀ ନଦୀରେ ଶୁକ୍ରବାର ଦିନ ଡଙ୍ଗା ବୁଡିଯିବା ଘଟଣାରେ ୩ ଜଣ ନିଖୋଜ ହୋଇଯାଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଗତକାଲି କିଛି ବ୍ୟକ୍ତି ଏକ ଦେଶୀ ଡଙ୍ଗା ସାହାର୍ଯ୍ୟରେ ନଦୀ ପାର ହୋଇ ଆସୁଥିବା ବେଳେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ମଝି ନଦୀରେ ଭାରସାମ୍ୟ ହରାଇ ହଠାତ ବୁଡ଼ି ଯାଇଥିଲା।

ନିଖୋଜ ବ୍ୟକ୍ତିମାନଙ୍କ ମଧ୍ୟରେ ୨ ଜଣ ନାବାଳିକା ମଲିକା କବାସୀ, ଦିନେ କବାସୀ ରହିଥିବା ବେଳେ ଅନ୍ୟଜଣେ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ ଜାରି ରଖିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.