Latest Odisha News

ଛତିଶଗଡରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଉସୋର ଥାନା ଅନ୍ତର୍ଗତ ଟେକମେଟାଲ ଜଙ୍ଗଲରେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାୟପୁରରୁ ପ୍ରାୟ ୪୫୦ କିମି. ଦୂରରେ ଥିବା ଉକ୍ତ ସ୍ଥାନରେ ମାଓ ଦମନ ପାଇଁ ଉଭୟ ସିଆରପିଏଫର ୨୨୯ ବାଟାଲିୟନ୍ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ଅଚାନକ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବରେ ଓ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚଳାଇଥିଲେ ।

ତେବେ ଏଯାବତ୍ ନିହତ ମାଓବାଦୀଙ୍କ ପରିଚୟ ମିଳିପାରିନଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.