ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ ୧୦ ହଜାର ତଳକୁ ଖସୁନି । ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସହ ବଢୁଛି ଆକ୍ଟିଭ୍ କେସ୍ । ପଜିଟିଭ୍ ହାର ବି ବଢୁଛି । କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ । ପଜିଟିଭିଟିରେ ନାଲି ହୋଇଚି ଓଡ଼ିଶା । ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଅଛି ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ସମ୍ୱଲପୁର ଓ ବାଲେଶ୍ୱର ।
୫ ଜିଲ୍ଲାରେ ୬୨% ଆକ୍ଟିଭ୍ କେସ୍
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୮୪ହଜାର ୭୭୦ ଆକ୍ଟିଭ୍ କେସ୍ ରହିଛି । ଏଥିରୁ କେବଳ ୫ଟି ଜିଲ୍ଲାରେ କେବଳ ୫୨ହଜାର ୯୫୮ କରୋନା ସକ୍ରିୟ ମାମଲା ରହିଛି । ଅର୍ଥାତ୍ ୫ ଜିଲ୍ଲାରେ ଅଛି ରାଜ୍ୟର ୬୨ ପ୍ରତିଶତ ଆକ୍ଟିଭ୍ କେସ୍ । ଖୋର୍ଦ୍ଧାରେ ସର୍ବାଧିକ ୨୯ହଜାର ୭୫୪, ସୁନ୍ଦରଗଡ଼ରେ ୧୦ହଜାର ୫୫୪, କଟକରେ ୫ହଜାର ୯୩୪, ସମ୍ୱଲପୁରରେ ୩ହଜାର ୪୯୮ ଓ ବାଲେଶ୍ୱରରେ ରହିଛି ୩ହଜାର ୨୨୭ ଆକ୍ଟିଭ୍ କେସ୍ ।
ପଜିଟିଭିଟି ରେଡ୍ ଜୋନରେ ୨୫ ଜିଲ୍ଲା
ସେହିପରି ପଜିଟିଭିଟି ରେଡ୍ ଜୋନକୁ ଗଲାଣି ଓଡ଼ିଶାର ୨୫ ଜିଲ୍ଲା । ୟେଲୋ ଜୋରେ ଅଛି କଳାହାଣ୍ଡି, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲା । ଗ୍ରୀନ୍ ଜୋନରେ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୬.୧ ପ୍ରତିଶତ ରହିଛି ପଜିଟିଭ୍ ହାର । ଖୋର୍ଦ୍ଧାରେ ୩୧.୭, କଟକରେ ୧୮, କଳାହାଣ୍ଡିରେ ୧୫.୪, ବଲାଙ୍ଗିରରେ ୧୪.୮, ରାୟଗଡ଼ାରେ ୧୪.୬, ମୟୂରଭଞ୍ଜରେ ପଜିଟିଭ୍ ହାର ରହିଛି ୧୨.୪ ପ୍ରତିଶତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ରାଜ୍ୟରେ କମ୍ ରହିଛି ହସ୍ପିଟଲାଇଜେସନ୍ ।
BREAKING NEWS
- ପିଏମ ମୋଦୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର; ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ…ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା
- ଅଭିଷେକଙ୍କ ରେକର୍ଡ: ୧୨୭ ରନ୍ରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍ ସ୍ୱିପ୍
- PM ମୋଦୀଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’
- ପାଟ୍ରୋଲିଂବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର
- ବିସିସିଆଇ ସପକ୍ଷରେ ସତ୍ୟପାଠ ଦାଖଲ କଲେ ଓସିଏ ସଭାପତି
- ଟି୨୦ରେ ଅଭିଷେକଙ୍କ ବିସ୍ଫୋରକ ଶତକ : ପୂର୍ଣ୍ଣ ସଦସ୍ୟ ଟିମର ଖେଳାଳି ଭାବେ ରଚିଲେ ଇତିହାସ
- Ganesh Puja Pandal:ଆସିଲା ଭୟଙ୍କର ବର୍ଷା;ଭୁଶୁଡ଼ିଲା ୧୫୦ ଫୁଟ୍ର ଗଣେଶ ପୂଜା ପେଣ୍ଡାଲ;ଡିଜନି ଲ୍ୟାଣ୍ଡ ଥିମ୍ର…
- ୱେଷ୍ଟଇଣ୍ଡିଜ ସିରିଜ ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା
- ସାବଧାନ ! ଏଥର ଭସାଣିରେ ଡିଜେ ବଜାଇଲେ ବାନ୍ଧିବ ପୋଲିସ, ଜାରି ହେଲା କଟକଣା
- Drink Suspected To Contain Methanol:ବିଷାକ୍ତ ପାନୀୟ ପାନୀୟ ପିଇ ୪୮ ଜଣଙ୍କ ମୃତ୍ୟୁ; ୧୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି

Comments are closed.