Latest Odisha News

BREAKING NEWS

‘ସିବିଏସଇ’ ଓ ‘ଆଇସିଏସଇ’ର ବାର୍ଷିକ ବୋର୍ଡ ପରୀକ୍ଷା ସୂଚୀ ଘୋଷିତ

ଭୁବନେଶ୍ୱର: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଓ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ (ଆଇସିଏସଇ) ଏହାର ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା ହୋଇଛି ।

‘ସିବିଏସଇ’ର ଘୋଷଣା ଅନୁସାରେ ଆଗାମୀ ଫେବୃଆରୀ ୧୫ ତାରିଖରୁ ଉଭୟ ଦ୍ଵାଦଶ ଓ ଦଶମ ଶ୍ରେଣୀର ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସମାପ୍ତ ହେବ।

ସେହିପରି, ‘ଆଇସିଏସଇ’ର ଘୋଷଣା ଅନୁଯାୟୀ ଏହାର ଦ୍ଵାଦଶ ଶେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୩ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ସମାପ୍ତ ହେବ ।

ଏହାର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ସମାପ୍ତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

‘ସିବିଏସଇ’ ଓ ‘ଆଇସିଏସଇ’ ଛାତ୍ରଛାତ୍ରଛାତ୍ରୀ ମାନେ ଯଥାକ୍ରମେ ନିମ୍ନରେ ଦିଆଯାଇଥିବା ୱେବସାଇଟରେ ବିସ୍ତୃତ ଭାବେ ପରୀକ୍ଷା ସୂଚୀ ଯାଞ୍ଚ କରିପାରିବେ ।

www.cbse.nic.in

www.cisce.org

Leave A Reply

Your email address will not be published.