ଭୁବନେଶ୍ବର:ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ତରଫରୁ ଆଗତ ୩ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ବିଭିନ୍ନ ପରୀକ୍ଷାକୁ ନେଇ ୩ ପ୍ରସ୍ତାବ ଉପରେ ମୋହର ଲାଗିଛି । ୧୦ ହଜାର କୋଟିର ଅତିରିକ୍ତ ବଜେଟ୍କୁ ମନ୍ତ୍ରୀ ପରିଷଦ ମୋହର ମାରିଛି ।
ଉଚ୍ଚ ମାଧ୍ୟମିକ, (୧୦+୨) ସ୍ତର କିମ୍ବା ସମାନ ସ୍ତର ସ୍ୱତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି ।
ରାଜ୍ୟ ସରକାରଙ୍କ ଅଧିନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ ୨୦୨୨ ର ସଂଶୋଧନ କରିଛି ରାଜ୍ୟ କ୍ୟାବିନେଟ । ଯାହାଫଳରେ, ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ ଟି ଭିନ୍ନ ପଦବୀ ଗୁଡିକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ ।
ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି । ୨୦୨୨ ର ନିୟମ-୩ ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୁନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସିଡ୍ୟୁଲ-୧ ରେ ୧୪ ଟି ନୂତନ ପଦବୀକୁ ଅନ୍ତର୍ଭୂକ୍ତ କରାଯିବା ସହିତ ପୂର୍ବରୁ ଅନ୍ତର୍ଭୂକ୍ତ ହୋଇଥିବା ୪ ଟି ପଦବୀକୁ ବାଦ ଦିଆଯିବ । ଏହା ଦ୍ବାରା ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ଟି ସ୍ବତନ୍ତ୍ର ପଦବୀଗୁଡିକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।
Comments are closed.