Latest Odisha News

ଓଟିଟିରେ ରିଲିଜ ହୋଇପାରେ ସାଇନାଙ୍କ ବାୟୋପିକ୍‌

ମୁମ୍ବାଇ: ଭାରତର ସୁନାମଧନ୍ୟ ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ ଓଟିଟିରେ ରିଲିଜ ହୋଇପାରେ । ସାଇନା ନାମକ ଏହି ଫିଲ୍ମରେ ପରିଣୀତି ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଗତ ବର୍ଷ ଏହି ଫିଲ୍ମ ରିଲିଲ ହେବାକୁ ଥିଲେ ମଧ୍ୟ କରାନା ମହାମାରୀ ଯୋଗୁ ଏହା ଘୁଂଚିବାରେ ଲାଗିଛି । ଥିଏଟରରେ ୫୦ ପ୍ରତିଶତ ଦର୍ଶକ ଅନୁମତି ଦିଆ ଯାଇଥିଲେ ମଧ୍ୟ ଏଥିନେଇ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଏତେଟା ଉତ୍ସାହିତ ନାହାନ୍ତି ।

ଓଟିଟିରେ ରିଲିଜ କରିଲେ ଅପେକ୍ଷାକୃତ ଭଲ ଦର୍ଶକ ପାଇବା ନେଇ ସେ ଆଶାୟୀ ଅଛନ୍ତି । ରାଜକୁମାର ରାଓ ଓ ପ୍ରିୟଙ୍କା ଚୋପ୍ରାଙ୍କ ଦି ହ୍ୱାଇଟ ଟାଇଗର, କାଜୋଲ ଅଭିନୀତ ତ୍ରିଭଙ୍ଗା ଓଟିଟି ରିଲିଜରେ ସଫଳତା ହାସଲ କରିଛନ୍ତି । ଏହା ଗୁପ୍ତେଙ୍କ ମନୋବଳ ବଢ଼ାଇଛି । ସାଇନାଙ୍କ ଭୂମିକାରେ ପରିଣୀତି ଭଲ ପ୍ରଶଂସା ସାଉଁଟୁଛନ୍ତି ।

Leave A Reply

Your email address will not be published.