Latest Odisha News

BREAKING NEWS

[ଦେଖନ୍ତୁ] ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କଲେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ

ଯାଜପୁର: ଦେଖୁ ଦେଖୁ ଯାଜପୁର ବର୍ତ୍ତମାନ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହୋଇଛି। ଯାହା ଯାଜପୁର ଜିଲ୍ଲା ପ୍ରଶାସନ ପାଇଁ ନିହାତି ଏକ ଚିନ୍ତାର ପ୍ରସଙ୍ଗ ।

ତେବେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଏହାର ପ୍ରୟାସ ଜାରି ରଖିଛି । କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ।

ସଚେତନତା ପାଇଁ ଯାଜପୁର ପୋଲିସର ଅଭିନବ ନାଟ୍ୟ ରୂପାନ୍ତର ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି । ସେ ଭଗବାନଙ୍କୁ ପ୍ରଶ୍ନ କରୁଛନ୍ତି କାହିଁକି ତାଙ୍କୁ ସେ ବଞ୍ଚେଇଲେନି ।

ଏକ ନିଆରା ଭିଡିଓ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ।

ଦେଖନ୍ତୁ ଏହି ଭିଡିଓ କ୍ଲିପ୍

ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଏଥିରେ ଅଭିନୟ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଟାଉନ୍ ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ। ଜିଲ୍ଲା ପ୍ରଶାସନର ଏହି ଭିଡିଓ ବାର୍ତ୍ତା କୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା।

Leave A Reply

Your email address will not be published.