Latest Odisha News

ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବୈଠକ ହେବ । ଏହା ପୂର୍ବରୁ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଏକ ଘରୋଇ ଗାଡ଼ିରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ତଦନ୍ତ ଜାରି ରହିଛି।

କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରି କହିଛି, ଶୋପିଆନରେ ଏକ ଘରୋଇ ଭଡ଼ା ଗାଡ଼ିରେ ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର ଉତ୍ସ ସମ୍ପର୍କରେ ତଦନ୍ତ ଜାରି ରହିଛି।

ଏହା ପୂର୍ବରୁ ଗତକାଲି ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶୋପିଆନ୍ ଜିଲ୍ଲାର କୀଗାମ ଅଞ୍ଚଳରେ ରଖ-ଚିଡ୍ରେନ୍ ନାମକ ଏକ ଗାଁରେ ଏହି ଘଟଣା ଘଟିଛି।

ଚଳିତ ସପ୍ତାହରେ ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୩୬ ବର୍ଷୀୟ ଶିକ୍ଷୟିତ୍ରୀ ରଜନୀ ବାଲାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ କହିଛି ଯେ କିଗାମର ଏକ ବିଲରେ ରାତି ପ୍ରାୟ ୯ଟା ବେଳେ ଆତଙ୍କବାଦୀମାନେ ଫାରୁକ୍ ଅହମ୍ମଦ ଶେଖଙ୍କୁ ଗୁଳି କରିଥିଲେ।

ପୁଲିସ ମୁଖପାତ୍ର କହିଛନ୍ତି, ଫାରୁକ୍ ଅହମ୍ମଦଙ୍କ ଗୋଡ଼ରେ ଆଘାତ ଲାଗିଛି ଏବଂ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୁଖପାତ୍ର କହିଛନ୍ତି, ତଦନ୍ତ ଜାରି ରହିଛି ଏବଂ କେଉଁ ପରିସ୍ଥିତିରେ ଏଭଳି ଆତଙ୍କବାଦୀ କାର୍ୟ୍ୟକଳାପ ଘଟୁଛି ତାହା ଜାଣିବା ପାଇଁ କର୍ତ୍ତୃପକ୍ଷ ନିରନ୍ତର କାମ କରୁଛନ୍ତି। ପୁଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Comments are closed.