Latest Odisha News

BREAKING NEWS

ଆଇଇଡି ବ୍ଲାଷ୍ଟରେ ୩ ଏସଟିଏଫ ଅଧିକାରୀ ଆହତ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ଏକ ଆଇଇଡି ବିସ୍ଫୋରଣରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ)ର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଅଚାନକ ଜଣେ ଯବାନଙ୍କ ପାଦ ପଡ଼ିବା ଯୋଗୁ ଚାପରେ ଆଇଇଡି ବିସ୍ଫୋରଣ ହୋଇଥିଲା।ତେବେ ଏହା ଏକ ସପ୍ତାହ ମଧ୍ୟରେ ତୃତୀୟ ବିସ୍ଫୋରଣ।

ଭୋପାଳପାଟନମ୍ ଥାନା ଅଞ୍ଚଳର କାଣ୍ଡଲାପର୍ଟି ଗ୍ରାମ ନିକଟରେ ସୋମବାର ଏକ ଜଙ୍ଗଲରେ ବିସ୍ଫୋରଣ ଘଟିଥିଲା। ଯାହାପରେ ରାଜ୍ୟ ପୋଲିସର ଏକ ୟୁନିଟ୍ ଓ ଏସଟିଏଫର ଏକ ଟିମ୍ ଏହି ଅଞ୍ଚଳରେ ଛାନଭିନ୍ନ ପାଇଁ ବାହାରିଥିଲେ। ସୁରକ୍ଷା କର୍ମୀମାନେ ଅସାବଧାନତାବଶତଃ ଏକ ଆଇଇଡି ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ଘଟିଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଆହତ କର୍ମଚାରୀମାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଛି। ପାଟ୍ରୋଲିଂ କରୁଥିବା ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ଜଙ୍ଗଲ ରାସ୍ତା ଏବଂ ମାଟି ରାସ୍ତାରେ ଆଇଇଡି ବିସ୍ଫୋରକ ଲଗାଉଥିବା ଜଣାପଡ଼ିଛି। ବିଜାପୁର ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଅଞ୍ଚଳରେ ଏବେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି।

Comments are closed.