ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି । ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା । ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଖୁଣ୍ଟା ଥାନା ପଶୁଦା ମହୁଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ ବାଘଛାଲ ଏବଂ ବଡସାହି ଥାନା ପାଉଁଶିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବାଘଛାଲ ଜବତ କରାଯାଇଛି । ଜବତ ବାଘଛାଲ ଶିମିଳିପାଳ ବନାଞ୍ଚଳ ବା ଅନ୍ୟ କେଉଁ ବନାଞ୍ଚଳର ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ।
ଅଟକ ୭ ଜଣଙ୍କ ମଧ୍ୟରେ ପାଉଁଶିଆ ଗ୍ରାମର ଦୁଇଜଣ ଥିବା ବେଳେ କୁଟଲିଂ, କୁଲଡିହା ତେଣ୍ଡା, ଡୁକୁରା ଚନ୍ଦନଚତୁରି, ଗୋହିରା କେନ୍ଦୁଆ ଓ ପଶୁଦା ବେଲାକୁଟି ଗ୍ରାମର ଜଣେ ଲେଖାଏ ରହିଥିବା ସୂଚନା । ଏହି ଘଟଣାରେ ଆହୁରି ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବାରୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖାଯାଇଛି ।
Comments are closed.