କଟକ: ଚଳିତ ବର୍ଷ ବାଲିଯାତ୍ରାରେ ହେବ ଲକ୍ଷାଧିକ ଲୋକଙ୍କ ସମାଗମ । ଏହାକୁ ଦୃଷ୍ଟିରେ ରଖି ସବୁ ଖାଦ୍ୟ ଷ୍ଟଲ୍ ଉପରେ ନଜର ରଖିଛି କଟକ ମହାନଗର ନିଗମ (ସିଏମ୍ସି) ଖାଦ୍ୟ ସୁରକ୍ଷା ବିଭାଗ । ତେବେ ଖାଦ୍ୟ ନମୁନାର ତୁରନ୍ତ ଯାଞ୍ଚ୍ ପାଇଁ ଭୁବନେଶ୍ୱରରୁ ଏକ ଫୁଡ୍ ଟେଷ୍ଟିଂ ଗାଡି ଆସିଛି । ସବୁଦିନ ଖାଦ୍ୟ ଯାଞ୍ଚ କରିବା ପାଇଁ ୩ଟି ଟିମ୍ ପ୍ରସ୍ତୁତ ହୋଇଛି ।
ଖାଦ୍ୟର ନମୁନା ସଂଗ୍ରହ ସହିତ ଖୁବ୍ କମ୍ ସମୟ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ଏମ୍ଏଫ୍ଟିଏଲ୍ରେ ଗାଡି ଆସିଛି । ପ୍ରତିଦିନି ଖାଦ୍ୟ ଯାଞ୍ଚ୍ କରାଯିବ ।
ଏପଟେ ମାତ୍ର ୫୦ ଜଣ ଖାଦ୍ୟ ବ୍ୟବସାୟୀ ସିଏମ୍ସିରୁ ଲାଇସେନ୍ସ ନେଇଛନ୍ତି । ନଗର ସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦୁ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଟିମ୍ ପଡ଼ିଆ ବୁଲି ବ୍ୟବସାୟୀଙ୍କ ଖାଦ୍ୟ ସୁରକ୍ଷା ନିୟମ ସମ୍ପର୍କରେ ଅବଗତ କରାଇଥିଲେ ।
ସୂଚନାଥାଉକି, ପ୍ରତିବର୍ଷ ଲକ୍ଷାଧିକ ଲୋକ ବାଲିଯାତ୍ରାରେ ଲୋକମାନେ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମେଳାରେ ଉଚ୍ଚମାନର ଖାଦ୍ୟ ପ୍ରଦାନ କରିବା ଦିଗରେ ଆଜି ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଛି ।
Comments are closed.