Latest Odisha News

ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

 

ସୂଚନା ଅନୁଯାୟୀ, କାନିଗାମ ଅଞ୍ଚଳରେ ଛପି ରହିଥିବା ଆତଙ୍କବାଦୀମାନେ ଆତ୍ମସମର୍ପଣ କରିବାକୁ ମନା କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେ ୩ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି କାଶ୍ମୀର ପୋଲିସ ଏକ ଟ୍ୱିଟରେ କହିଛି।

Comments are closed.