Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୬-୫-୨୦୨୧ ଗୁରୁବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା୬ ରିଖ ଗୁରୁବାର ମେଷ ୨୩ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଦଶମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷଙ୍କ ଓ ମୀନ ରାଶିର
ଆଜିର ନିଷେଧ ଖାଦ୍ୟ-: କଳମ୍ଵି ଶାଗ

ମେଷ
ଆଜି ଜଗିରଖି ଚଳନ୍ତୁ । ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇ ପାରେ। ଶରୀର ସୁସ୍ଥ ରହିବ, ବକେୟା ଅର୍ଥ ହସ୍ତଗତ ହେବ। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।

ପ୍ରତିକାର-ସାତଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଗ୍ରାମ ଦେବତୀଙ୍କୁ ଚଢାନ୍ତୁ।

ବୃଷ
ଆଜି ଯେକୈାଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କାର୍ଯ୍ୟ କରି ପ୍ରଶଂସିତ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସୀ ହୋଇଯିବ।

ପ୍ରତିକାର-ତିନୋଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ
ଆଜି ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ ‌।ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ । କ୍ରୀଡା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ। ।

ପ୍ରତିକାର-ସାତଟି ପାନ ପତ୍ର ଓ ସାତଟି ଦୁବ ଶ୍ରୀ ଗଣେଶଙ୍କୁ ଚଢାନ୍ତୁ।

କର୍କଟ
ଆଜି ହସ ଖୁସିରେ ଦିନଟି କାଟିବେ। କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ଆମଦାନୀ ରପ୍ତାନୀ କାରବାରରେ ଲାଭ ବାନ ହେବେ ‌। ବୁଦ୍ଧି ବିବେକ ଓ ଜ୍ଞାନ ବଳରେ ପୂର୍ବ ସମସ୍ୟାର ସରଳ ସମାଧନ କରିବେ।

ପ୍ରତିକାର-ହଳଦୀ ରଙ୍ଗ ଚନ୍ଦନର ଟିକା ମଥାରେ ଲଗାନ୍ତୁ।

ସିଂହ
ଆଜି ଅଟକି ରହିଥିବା କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ଅପରାହ୍ନରେ କାୈଣସି ଶୁଭଖବର ପାଇ ଖୁସି ହେବେ। ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ।, ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ।

ପ୍ରତିକାର-ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ପଢି ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା
ଆଜି କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ ‌‌। ପାରିବାରିକ ଜୀବନ ସୁଖପ୍ରଦ ହେବ ଜୀବନ ସାଥୀର
ସାହାଯ୍ୟ ସହଯୋଗ ପାଇ ମନ ବଳ ସୁଦୃଢ ହେବ। ଆଇନ ଅଦାଲତରେ ମାମଲାର ବିଚାର ଆପଣଙ୍କ ସପକ୍ଷରେ ଆସିବ ‌।

ପ୍ରତିକାର-କିଛି ଅରୁଆ ଚାଉଳ କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ ।

ତୁଳା
ଆଜି ମାନସିକ ଚିନ୍ତା ଶାରୀରିକ ଅସୁସ୍ଥତା ଯୋଗୁଁ ମନ ଭାରାକ୍ରାନ୍ତ ହେବ।କୈ‌।ଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଶେଷ ପର୍ଯ୍ୟାୟରେ ପହଁଚିଛିବେ । ବ୍ୟବସାୟ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ପ୍ରତିକାର-ରାଶି ତେଲର ଦୀପଟିଏ ମା କାଳୀଙ୍କ ପାଖରେ ପ୍ରଦାନ କରନ୍ତୁ।

ବିଛା
ଆଜି ବହୁ ଦିନର ଆଶା ଅଭିଳାଷ ପୁରଣ ହେବ। ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିବେ।
ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରିବା ସହିତ ସାତଟି ପେଡା ହନୁମାନଙ୍କ ପାଖରେ ଭୋଗ କରନ୍ତୁ।

ଧନୁ
ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ଜଣେ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେ। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ।

ପ୍ରତିକାର-ମହାପ୍ରଭୁ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ ତାଙ୍କ ପାଖରେ ଘୃତ ଦୀପ ଟିଏ ପ୍ରଦାନ କରନ୍ତୁ।

ମକର
ଆଜି ସାଧାରଣ କଥାରେ ପରିବାରରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ପିତା ମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖା ଦେବ। ଅପରାହ୍ନରେ କୈାଣସି ଶୁଭ ଖବର ଶୁଣିପାରନ୍ତି। ଆୟ ବୃଦ୍ଧି ଘଟିବ ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ।

ପ୍ରତିକାର-କଉଡିଟିଏ ନିଜ ପାଖରେ ରଖନ୍ତୁ।

କୁମ୍ଭ
ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କର୍ମାରମ୍ଭ କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ ‌।

ପ୍ରତିକାର-କିଛି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ମୀନ
ଆଜି ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ,ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ କୈାଣସି ସଠିକ୍ ନିଷ୍ପତି ନେଇ ପାରିବେ ନାହିଁ।ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ।

ପ୍ରତିକାର-ଗାୟତ୍ରୀ ମହାମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ଜ୍ୟୋତିଷ ବାଣୀ –
ଗୃହରେ ସୁଖ ଶାନ୍ତି ଓ ସୈ।ଭାଗ୍ୟ ପ୍ରାପ୍ତି ନିମନ୍ତେ ସରଳ ପ୍ରତିକାର ।
ଯେକୌଣସି ଶୁକ୍ଳ ପକ୍ଷ ଦଶମୀ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ଦଶ ନାମକୁ ଦଶ ଥର ଜପ କରନ୍ତୁ ୩ଟି ପାନ ପତ୍ର ଓ ଖଣ୍ଡେ ସମୀକାଠକୁ ଲାଲ୍ ରଙ୍ଗର ସୂତାରେ ଦଶଥର ଗୁଡ଼ାଇ ଦଶଟି ଗଣ୍ଠି ପକାଇ ଗୃହର ଐଶାନ୍ଯ କୋଣରେ ରଖନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.