Latest Odisha News

BREAKING NEWS

ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ ହଜାର ୫୨୧ ନୂଆ ଆକ୍ରାନ୍ତ। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

 

ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫ ହଜାର ୯୪୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫୭୬ଟି । ଖୋର୍ଦ୍ଧାରେ ଦିନକରେ ୧୪୭୭ ଚିହ୍ନଟ ହୋଇଛି। ତା’ ତଳକୁ ସୁନ୍ଦରଗଡରୁ ୧୧୮୬ ପଜିଟିଭ ରହିଛନ୍ତି।

ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ ଲକ୍ଷ ୦୦ ହଜାର ୧୬୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୬ ହଜାର ୪୦୩ ଆକ୍ରାନ୍ତ । ୮୧ ହଜାର ୫୮୫କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ ସଂଖ୍ୟା ।

Leave A Reply

Your email address will not be published.