Latest Odisha News

BREAKING NEWS

ଶାରଦୀୟ ପୂଜା ପାଇଁ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ବର : ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ଗାଇଡ ଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । କଟକଣା ଭିତରେ ଦଶହରା କରିବାକୁ ଗାଇଡଲାଇନ ଜାରି କରିଛି ବିଏମସି । ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ ।

ସେହିପରି ମୃଣ୍ମୟୀ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ରହିବ । ମଣ୍ଡପର ତିନିଟି ପାର୍ଶ୍ବ ଆବଦ୍ଧ ରହିବ । ପେଣ୍ଡାଲ ବା ଅନ୍ୟ ମଣ୍ଡପରେ ସର୍ବାଧିକ ୭ ଜଣଙ୍କୁ ଅନୁମତି ଦିଆଯିବ । ପୂଜା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେହିପରି ବିସର୍ଜନ ପାଇଁ ମଧ୍ୟ କଟକଣା ଜାରି ହୋଇଛି । ନିର୍ଦ୍ଦେଶ ମୁତାବକ ଶୋଭାଯାତ୍ରା ହେବନି । ଏହାସହ ନଦୀରେ ମୂର୍ତ୍ତିକୁ ବିସର୍ଜନ କରାନଯାଇ କୁତ୍ରିମ ଜଳାଶୟରେ ବିସର୍ଜନ କରାଯିବ । ଶୋଭାଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତେ ଦୁଇଟି ଡୋଜ ଟିକା ନେବା ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.