Latest Odisha News

BREAKING NEWS

ଆଇସିସି ଟେଷ୍ଟ ରାଙ୍କିଂ: ଆର୍‌ ଅଶ୍ୱିନୀ ନମ୍ବର ୱାନ୍, ଟପ୍ ୧୦ରେ ଭାରତର ୩ ବୋଲର

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ରାଙ୍କିଂରେ ନମ୍ବର ୱାନ୍ ବୋଲର ହେଲେ ଭାରତୀୟ ସ୍ପିନର ଆର୍ ଅଶ୍ୱିନୀ। ବୁଧବାର ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଂ ଆର୍‌ ଅଶ୍ୱୀନ ବୋଲର ଭାବରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ନମ୍ବର ୱାନ ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ଯୋଗୁ ଅଶ୍ଵିନଙ୍କୁ ଏହି ସଫଳତା ମିଳିଛି। ଏହା ପୂର୍ବରୁ ୨୦୧୫ ମସିହାରେ ସେ ପ୍ରଥମ ଥର ପାଇଁ ଆଇସିସିର ବୋଲର ରାଙ୍କିଂରେ ସେ ନମ୍ବର ୱାନ ଟେଷ୍ଟ ବୋଲର ହୋଇଥିଲେ। ଏହାପର ଠାରୁ ସେ ଅନେକ ଥର ରାଙ୍କିକଂରେ ଏକ ନମ୍ବର ସ୍ଥାନରେ ରହିଛନ୍ତି।

ଅନ୍ୟପଟେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ମଧ୍ୟ ରାଙ୍କିଂରେ ଫାଇଦା ହୋଇଛି। ସେ ଗୋଟିଏ ସ୍ଥାନ ଉରକୁ ଉଠି ବୋଲର ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।  ସେହିପରି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ବର୍ତ୍ତମାନ ଆଇସିସି ଟେଷ୍ଟ ବୋଲିଂ ତାଲିକାରେ  ଭାରତର ୩ ବୋଲର ଶୀର୍ଷ ୧୦ ଜଣ ବୋଲରଙ୍କ ମଧ୍ୟରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଶ୍ୱିନୀ ଏକ ନମ୍ବରରେ ରହିଥିବା ବେଳେ ଜସ୍‌ପ୍ରୀତ ବୁମ୍ରା ଚତୁର୍ଥ ଓ ରବୀନ୍ଦ୍ର ଜାଡେଜା ଅଷ୍ଟମ ସ୍ଥାନରେ ରହିଛନ୍ତି।

ସେହିପରି ଆଇସିସି ଅଲ୍‌ ରାଉଣ୍ଡର ରାଙ୍କିଂରେ ଭାରତୀୟ କ୍ରିକେଟରମାନେ ଶୀର୍ଷ ୧୦ ଖେଳାଳି ମଧ୍ୟରେ ରହିଛନ୍ତ। ଜାଡେଜା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ ଆର୍. ଅଶ୍ୱିନୀ ଓ ତୃତୀୟରେ ବାଂଲାଦେଶୀ କ୍ରିକେଟ ଶକିବ ଅଲ୍ ହସନ ରହିଛନ୍ତି। ଭାରତର ଅକ୍ଷର ପଟେଲ ପଞ୍ଚମ ସ୍ଥାନରେ ରହିଛନ୍ତି।

Comments are closed.