Latest Odisha News

BREAKING NEWS

ମହାରାଷ୍ଟ୍ରର ନାଗପୁରରେ ଜରୁରୀ ଅବତରଣ କଲା ବାଂଲାଦେଶରୁ ମସ୍କଟ ଯାଉଥିବା ବିମାନ

ନାଗପୁର: ବାଂଲାଦେଶରୁ ମସ୍କଟ ଯାଉଥିବା ଏକ ବିମାନ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ମିଳିଥିବା ତଥ୍ୟ ମୁତାବକ ବିମାନଟି ସଲାମ ଏୟାରର ହୋଇଥିବାବେଳେ ଏହା ବାଂଲାଦେଶର ଚିଟାଗଙ୍ଗ ବିମାନବନ୍ଦରରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଇଞ୍ଜିନରେ ସମସ୍ୟା ସହ ଏଥିରୁ ଧୂଆଁ ବାହାରୁଥିବାର ଜାଣିବା ପରେ ଏହାକୁ ଜରୁରୀ ଅବତରଣ କରିବାକୁ ପଡିଥିଲା ।

ଧୂଆଁ ବାହାରୁଥିବାର ଦେଖି ବିମାନର ପାଇଲଟ ଏଟିସି ସହ କଥା ହୋଇଥିଲେ । ଆଉ ବିମାନକୁ ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ବିଳମ୍ବିତ ରାତିରେ ଏହି ବିମାନ ଜରୁରୀ ଅବତରଣ କରିଥିବାବେଳେ ଏଥିରେ ୨୦୦ ଯାତ୍ରୀଙ୍କ ସହ ସାତ ଜଣ କ୍ରୁ ମେମ୍ବର ଥିଲେ । ଏବେ ଇଂଜିନିୟରମାନେ ବିମାନକୁ ଯାଞ୍ଚ କରୁଛନ୍ତି । ଉଲ୍ଲେଖ ଥାଉ କି ୨୦୨୧ ମସିହାରେ ମଧ୍ୟ ପାଇଲଟଙ୍କୁ ହୃଦଘାତ ହେବାରୁ ସଲାମ ଏୟାରର ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା ।

 

Leave A Reply

Your email address will not be published.