ନୂଆଦିଲ୍ଲୀ : ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ମେଡିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତେବେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଆଜି ଅର୍ଥନୀତି ବିଜ୍ଞାନରେ ସେଭେରିଗସ୍ ରିକ୍ସବ୍ୟାଙ୍କ ପୁରସ୍କାର ବିଜେତାମାନଙ୍କ ସହିତ ଶେଷ ହୋଇଛି। ୩ ଅର୍ଥନୀତିଜ୍ଞଙ୍କୁ ମିଳିବ ନୋବେଲ ପୁରସ୍କାର। ଏନେଇ ବେନ୍ ବେର୍ଣ୍ଣାନ୍କେ, ଡଗଲାସ୍ ଡାଇମଣ୍ଡ, ଫିଲିପ୍ ଡିଭିଗ୍ଙ୍କୁ ନୋବେଲ ପୁରସ୍କାର ଦିଆଯିବ ନେଇ ଘୋଷଣା କରାଯାଇଛି ।
BREAKING NEWS:
The Royal Swedish Academy of Sciences has decided to award the 2022 Sveriges Riksbank Prize in Economic Sciences in Memory of Alfred Nobel to Ben S. Bernanke, Douglas W. Diamond and Philip H. Dybvig “for research on banks and financial crises.”#NobelPrize pic.twitter.com/cW0sLFh2sj— The Nobel Prize (@NobelPrize) October 10, 2022
ଏହା ପୂର୍ବରୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା । ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ । ବେଲାରୁଷର ମାନବାଧିକାର କର୍ମୀ ଆଲେସ୍ ବାଲିଆସ୍କିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିବ। ଏଥି ସହିତ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଏବଂ ୟୁକ୍ରେନ୍ ମାନବାଧିକାର ସଂଗଠନ ସେଣ୍ଟର ଫର୍ ସିଭିଲ ଲିବର୍ଟିଜକୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିବ ।
ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ପ୍ରତି ବର୍ଷ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଓ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରେଡ୍ ନୋବେଲ୍ ତାଙ୍କ ଇଚ୍ଛାପତ୍ରରେ ଅର୍ଥନୀତି ପୁରସ୍କାର ବିଷୟରେ ଉଲ୍ଲେଖ କରି ନଥିବା ବେଳେ ସେଭେରିଗସ୍ ରିକ୍ସବ୍ୟାଙ୍କ ୧୯୬୮ରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ । ତେବେ ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
Comments are closed.