Latest Odisha News

BREAKING NEWS

ବର୍ଜ୍ୟ ପାଇଁ ବିଏମସି କଠୋର, ଏଣେତେଣେ ଫିଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହ ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପ୍ରତି ୱାର୍ଡରେ ଅଳିଆ ଗାଡ଼ି ବୁଲୁଥିବା ବେଳେ ହାଟ, ମାର୍କେଟର ସ୍ୱଚ୍ଛତା ପରଖିଛନ୍ତି ଅଧିକାରୀ । ୟୁନିଟ୍-୧ ହାଟରେ ଥିବା ବିଭିନ୍ନ ଦୋକାନ ବିଏମସିର ଗାଇଡଲାଇନ୍ ମାନୁ ନାହାଁନ୍ତି । ସେମାନଙ୍କ ଉପରେ ବିଏମସି ମୋଟା ଅଙ୍କର ଜରିମାନା କରିଛି ।

ବ୍ୟବସାୟ ସ୍ଥଳ ଅସ୍ୱଚ୍ଛ, ଅସ୍ୱାସ୍ଥ୍ୟକର ପରିବେଶ ଥିଲେ ଏବଂ ରାସ୍ତାରେ ଆବର୍ଜାନ ଫିଙ୍ଗିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିଭଳି ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ ଭାବେ ନଦେଲେ ୫ ଶହ ଟଙ୍କା ଫାଇନ୍ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତାକୁଲାଙ୍ଗେ । ଏଥିସହ ଏଥିରେ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.