Latest Odisha News

BREAKING NEWS

ଏସିଆ କପ ମହିଳା କ୍ରିକେଟ: ଥାଇଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ସିଲହଟ: ଚଳିତ ଏସିଆ କପ ମହିଳା କ୍ରିକେଟରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରାଉଣ୍ଡ ରବିନ ଷ୍ଟେଜର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଥାଇଲାଣ୍ଡ ଟିମ ୧୫.୧ ଓଭରରେ ୩୭ ରନରେ ଅଲଆଉଟ ହୋଇ ଯାଇଥିଲେ । ସ୍ନେହ ରାଣା ୩ଟି ଏବଂ ରାଜେଶ୍ୱରୀ ଗାଏକ୍ୱାଡ, ଦୀପ୍ତି ଶର୍ମା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଟିମ ଇଣ୍ଡିଆ ୬ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା ।

ଏସ ମେଘନା ୨୦ ଓ ପୂଜା ବସ୍ତ୍ରାକର ୧୨ ରନ କରି ନଟଆଉଟ ରହିଥିଲେ । ଶେଫାଳୀ ବର୍ମା ୮ରନ କରି ଆଉଟ ହୋଇଥିଲେ । ଲିଗ ପର୍ଯ୍ୟାୟର ୬ଟି ମ୍ୟାଚରୁ ଭାରତ ୫ଟି ମ୍ୟାଚ ଜିତିଥିବା ବେଳେ କେବଳ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା ।

Leave A Reply

Your email address will not be published.