Latest Odisha News

BREAKING NEWS

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ : ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି  । ଚଳିତ ବର୍ଷ ମେଡିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତେବେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଆଜି ଅର୍ଥନୀତି ବିଜ୍ଞାନରେ ସେଭେରିଗସ୍ ରିକ୍ସବ୍ୟାଙ୍କ ପୁରସ୍କାର ବିଜେତାମାନଙ୍କ ସହିତ ଶେଷ ହୋଇଛି। ୩ ଅର୍ଥନୀତିଜ୍ଞଙ୍କୁ ମିଳିବ ନୋବେଲ ପୁରସ୍କାର। ଏନେଇ  ବେନ୍ ବେର୍ଣ୍ଣାନ୍‌କେ, ଡଗଲାସ୍ ଡାଇମଣ୍ଡ, ଫିଲିପ୍ ଡିଭିଗ୍‌ଙ୍କୁ ନୋବେଲ ପୁରସ୍କାର ଦିଆଯିବ ନେଇ ଘୋଷଣା କରାଯାଇଛି ।

ଏହା ପୂର୍ବରୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା । ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ । ବେଲାରୁଷର ମାନବାଧିକାର କର୍ମୀ ଆଲେସ୍ ବାଲିଆସ୍କିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିବ। ଏଥି ସହିତ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଏବଂ ୟୁକ୍ରେନ୍ ମାନବାଧିକାର ସଂଗଠନ ସେଣ୍ଟର ଫର୍ ସିଭିଲ ଲିବର୍ଟିଜକୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିବ ।

ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ପ୍ରତି ବର୍ଷ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଓ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରେଡ୍‌ ନୋବେଲ୍‌ ତାଙ୍କ ଇଚ୍ଛାପତ୍ରରେ ଅର୍ଥନୀତି ପୁରସ୍କାର ବିଷୟରେ ଉଲ୍ଲେଖ କରି ନଥିବା ବେଳେ ସେଭେରିଗସ୍ ରିକ୍ସବ୍ୟାଙ୍କ ୧୯୬୮ରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ । ତେବେ ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।

 

 

Leave A Reply

Your email address will not be published.