Latest Odisha News

BREAKING NEWS

କମ୍ପାନୀରୁ ଶ୍ରମିକଙ୍କୁ ନେଇ ଫେରିବା ବେଳେ ବସକୁ ପିଟିଲା ହାଇୱା, ୩ ମୃତ

ଝାରସୁଗୁଡ଼ା: ବସକୁ ପିଟିଲା ହାଇୱା । ୩ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଜେଏସଡବ୍ଲୁର ଶ୍ରମିକଙ୍କୁ ନେଇ ଫେରୁଥିବା ବସକୁ ହାଇୱା ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି ।

ତେବେ କିଭଳି ପରିସ୍ଥିତିରେ ଦୁର୍ଘଟଣା ହେଲା ଜଣାପଡ଼ି ନାହିଁ । ପୋଲିସ ତଦନ୍ତ କରୁଥିବା କହିଛନ୍ତି ଏସଡିପିଓ । ଦୁର୍ଘଟଣା ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତକୁ ମେଡିକାଲ ନେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି ।

Leave A Reply

Your email address will not be published.