Latest Odisha News

BREAKING NEWS

ମାସୁଦ ଆଝାର କେଉଁଠି ? ଉତ୍ତର ଦେଲେନି ପାକ୍ ପ୍ରଧାନମନ୍ତ୍ରୀ

ସମରକନ୍ଦ: ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଥିଲା ତାଲିବାନ। ତାଲିବାନର ମୁଖପାତ୍ର ପାକିସ୍ତାନକୁ ଏମିତି ଜବାବ ଦେଇଥିଲେ ଯେ ପାକିସ୍ତାନର ସବୁ ମିଛ ଧରାପଡିଯାଇଥିଲା । ଆତଙ୍କବାଦୀ ମାସୁଦ ଆଝାର ଆଫଗାନିସ୍ତାନରେ ଅଛି ବୋଲି ଚିଠି ଲେଖିଥିଲା ପାକିସ୍ତାନ । ଏହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ଏବେ ଏସସିଓ ଶିଖର ସମ୍ମିଳନୀରେ ସାମ୍ବାଦିକମାନେ ମାସୁଦ ଆଝାର ବିଷୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଏଭଳି ପ୍ରଶ୍ନର କଣ ଉତ୍ତର ଦେବେ ଚିନ୍ତା କରିପାରିନଥିଲେ । ତେଣୁ ସେ ଚୁପ ରହିଥିବା ଦେଖିବାକୁ ମିଳିଥିଲା ।

 

ୟୁଏନ ପକ୍ଷରୁ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରାଯାଇଛି । ଆଝାର ଉପରେ ପାକିସ୍ତାନ କିଛି କାର୍ଯ୍ୟାନୁଷ୍ଠାନ ନେବ କି ? ଏଭଳି ପ୍ରଶ୍ନ ପଚାରିଥିଲେ ସାମ୍ବାଦିକ । ତେବେ ସରିଫ କିଛି କହିନଥିଲେ ।

କାରଣ ଏଫଏଟିଏଫ ପକ୍ଷରୁ  ପାକିସ୍ତାନକୁ ଆତଙ୍କବାଦୀଙ୍କୁ କଠୋର ଦଣ୍ଡ ଦେଉନଥିବା ନେଇ ଅଭିଯୋଗ କରିଆସୁଥିଲା । ଏଥିରୁ ବର୍ତ୍ତିବା ପାଇଁ ପାକିସ୍ତାନ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ମାସୁଦ ଆଝାର ଆଫଗାନିସ୍ତାନରେ ରହିଥିବା ଖବର ପ୍ରକାଶ କରିଥିଲା। ତାଲିବାନ ସ୍ପଷ୍ଟ ଭାବେ କହିଥିଲା ଆଫଗାନିସ୍ତାନରେ ମାସୁଦ ଆଝାର ରହିଥିବାର  ମିଡିଆ ରିପୋର୍ଟରେ ପ୍ରକାଶିତ ଖବରରେ କୌଣସି ସତ୍ୟତା ନାହିଁ। ଏଭଳି ଖବର ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରିବ ବୋଲି ତାଲିବାନ କହିଥିଲା ।

Leave A Reply

Your email address will not be published.