ଫୁଲବାଣୀ: ହୋଲି ଖେଳିବାକୁ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ ମହିଳା ଗୁରୁତର ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ମୃତକ ସମସ୍ତ ଗୋଛାପଡ଼ା ଥାନା ପାଙ୍ଗା ଅଞ୍ଚଳର ।
ଟକେରି ଗୁଡ଼ାର ଟିଲୁ ଦିଗାଲ ହୋଲି ଖେଳିବା ବାଳନ୍ଦାପଡ଼ା ଯାଉଥିବା ବେଳେ ବନ୍ଦୁଲି ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ମୃତକ ମାନଙ୍କ ମଧ୍ୟରୁ ଜଣେ ହେଲେ ସଲାଗୁଡ଼ା ପଞ୍ଚାୟତର ଟିଟୁ ଦିଗାଲ ହୋଇଥିବା ବେଳେ ବାବୁଲା କହଁର, କାର୍ତ୍ତିକ କହଁର, ବାବନା କହଁର ଏବଂ ଗୁରୁତର ଥିବା ମହିଳା ବବିତା କହଁର ସମସ୍ତ ପାଙ୍ଗା ପଞ୍ଚାୟତର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଗୋଛାପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।