Latest Odisha News

BREAKING NEWS

ବିସ୍ଫୋରଣ ଧୂଆଁ ଆଉ ଗଦା ଗଦା ଶବ ପାଖରୁ ୧୭ ବର୍ଷର ଯୁବକ ବଂଚାଇଲା ୩ ବର୍ଷର ଶିଶୁକୁ

କାବୁଲ: କାବୁଲ ବିମାନବନ୍ଦର ବିସ୍ଫୋରଣରେ ଆତଙ୍କବାଦୀମାନେ ରକ୍ତ ଆଉ ମାଂସର ଖେଳ ଖେଳିଥିଲେ । ତେବେ ଭଗବାନ ଯାହାକୁ ବଂଚାଇବେ ତାକୁ ବା କିଏ ମାରିପାରିବେ । ଏ ଭଳି ଏକ ଘଟଣା ଏବେ ସମ୍ମୁଖକୁ ଆସିଛି । ବିସ୍ଫୋରଣ ପରେ ପରିବାରଠାରୁ ଅଲଗା ହୋଇ ପଡିଥିବା ୩ ବର୍ଷର ଶିଶ ଅଲୀ ଭୟଭୀତ ହୋଇ ପଡିଥିଲା । ଚାରିପଟେ ପଡି ରହିଥିବା କୁଢ଼ କୁଢ଼ ଶବ ତାକୁ ନିର୍ବାକ କରି ଦେଇଥିଲା । ହଠାତ ଦେବଦୂତ ପରି ଜଣେ ୧୭ ବର୍ଷର ଯୁବକ ପଂହଚି ଅଲୀକୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲା । ୨୮ ଅଗଷ୍ଟ ଏୟାରଲିଫ୍ଟରେ ଆମେରିକା ସେନା ତାକୁ ଦୋହା ଯାଉଥିବା ବିମାନରେ ବସାଇ ଦେଇଥିଲେ । ସେଠାରେ ଏକ ଅନାଥଳାୟରେ ପିଲାଟିକୁ ରଖା ଯାଇଥିଲା ।

ଦୋହାରୁ ପୁନର୍ବାର ଅଲୀକୁ ଟୋରାଂଟ ଫ୍ଲାଇଟରେ କାନାଡା ପଠାଇ ଦିଆ ଯାଇଥିଲା । ୨ ସପ୍ତାହ ଖୋଜାଖୋଜି କରିବା ପରେ ଅଲୀର ବାପା ବହୁ କଷ୍ଟରେ ନିଜ ପୁଅକୁ ଫେରି ପାଇଥିଲେ । ଆଉ ପିତା ଓ ପୁତ୍ରର ମିଳନ ସମସ୍ତଙ୍କ ଆଖିରେ ଆନନ୍ଦଅଶ୍ରୁ ଦେଇଥିଲା । ଆଉ ଏହି ସବୁ ଘଟଣାର ସମସ୍ତ ଶ୍ରେୟ ଯାଇଥିଲା ଅଚିହ୍ନା ୧୭ ବର୍ଷର ଯୁବକଟିକୁ, ଯିଏ କି ନିଜ ଜୀବନକୁ ବାଜିରେ ଲଗାଇ ପିଲାଟିକୁ ବଂଚାଇଥିଲା ।

Comments are closed.