Latest Odisha News

BREAKING NEWS

ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

ସୁବର୍ଣ୍ଣପୁର: ଜଗନ୍ନାଥ ମନ୍ଦିରରୁ ଚୋରି l ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି l ପୁରା ହୁଣ୍ଡିକୁ ଉଠାଇ ନେଲେ ଦୁର୍ବୁତ୍ତ l ଠାକୁରଙ୍କ ପାଟ ଶାଢ଼ୀ ଓ ରୁପା ଗଡୁ ଚୋରି l ପାତାଳୀ ଶ୍ରୀକ୍ଷେତ୍ର ତ୍ରିକୁଟ ପାହାଡ଼ରେ ତିନି ଠାକୁର ପୂଜା ପାଇ ଆସୁଛନ୍ତି l

ଆଜି ସକାଳୁ ମନ୍ଦିର ପୂଜକ ଗୁନା ପଣ୍ଡା ମନ୍ଦିରକୁ ଯିବା ପରେ ସେଠାରେ ମହାପ୍ରଭୁଙ୍କ ହୁଣ୍ଡି ଓ ପାଟ ଶାଢ଼ୀ ଓ ରୁପା ଗଡୁ ନଥିବା ଦେଖିଥିଲେ । ଏନେଇ ପାତାଳୀ ଶ୍ରୀକ୍ଷେତ୍ର କମିଟିକୁ ଖବର ଦିଆଯାଇଥିଲା l ଏନେଇ କମିଟି ପକ୍ଷରୁ ପୋଲିସକୁ ଖବର ଦିଆଯାଇଛି l ପରେ ପାହାଡ଼ ତଳେ ଭଙ୍ଗା ହୁଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି l ଭକ୍ତ ମାନେ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି l

Leave A Reply

Your email address will not be published.