Latest Odisha News

BREAKING NEWS

ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ସନ୍ୟାସିପାଲି ଛକରେ ଟ୍ରକ୍ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ମେଡିକାଲରେ ହୋଇଛି ।

୩ ମୃତକ ବାହାର ରାଜ୍ୟର ହୋଇଥିବା ବେଳେ ସେମାନଙ୍କ ନାମ ଅଭିଜିତ ପାଣ୍ଡେ (୨୫, ମନୁ ରାୟ (୨୬) ଓ ଅମନ ରାୟ । ପୋଲିସ ସୂଚନା ଅନୁସାରେ, ୩ ଜଣ ଯାକ କୁଚିଣ୍ଡାରୁ ଗୋଟିଏ ବାଇକରେ କୋଲାବିରା ଯାଉଥିଲେ । ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ କରୁଛି ।

Leave A Reply

Your email address will not be published.