Latest Odisha News

BREAKING NEWS

ମହିଳାଙ୍କ ଚୁଟି ବସ ଚକରେ ଫସିଗଲା..ଆଉ ତା ପରେ..

କୋଟ୍ଟାୟମ: ରଖିବ ହରି ଯଦି ମାରିବ କିଏ । ପୁନର୍ବାର ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି, ଯାହାକି ବିଶ୍ୱାସ ନ ହେଲେ ବି ସତ । ରିପୋର୍ଟ ମୁତାବକ କୁରିଚୀର ଆମ୍ବିଲି ନାମକ ଜଣେ ମହିଳା ନିକଟସ୍ଥ ଏକ ପ୍ରାଇଭେଟ ସ୍କୁଲରେ ଚାକିରୀ କରନ୍ତି । ବସରେ ଯାଉଥିବା ପିଲାମାନଙ୍କ କଥା ସେ ବୁଝାସୁଝା କରିଥାନ୍ତି । ଘଟଣା ଦିନ ସେ ରାସ୍ତା ଅତିକ୍ରମ କରି ଆସୁଥିବା ବେଳେ ହଠାତ କେଏସଆରଟିସିର ଏକ ବସ ଦ୍ରୁତ ବେଗରେ ତାଙ୍କ ଆଡକୁ ମାଡି ଆସିଥିଲା । ତରବରିଆ ଭାବେ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଆମ୍ବିଲି ତଳେ ପଡି ଯାଇଥିଲେ । ଡ୍ରାଇଭର ଦ୍ରୁତ ବେଗରେ ବ୍ରେକ ମାରିବାରୁ ସେ ଅଳ୍ପକେ ବଂଚି ଯାଇଥିଲେ ।

BjdElectrycity

ତାଙ୍କ ଚୁଟି ଗାଡି ଚକା ମଝିରେ ଲାଗି ଯାଇଥିଲା । ବହୁ ଚେଷ୍ଟା ସତ୍ୱେ ଚୁଟି ନ ବାହାରିବାରୁ ନିକଟସ୍ଥ ଏକ ସେଲୁନରୁ ଜଣେ ବ୍ୟକ୍ତିଙ୍କୁ ଡକା ଯାଇଥିଲା । ସେ ସତର୍କତାର ସହ ମହିଳାଙ୍କ ଚୁଟି କାଟି ବାହାର କରିଥିଲେ । ତେବେ ବସ ତଳେ ୨ ଚକକୁ ସଂଯୋଗ କରୁଥିବା ସ୍ଥାନରେ ଚୁଟି ଲାଗି ଯାଇଥିବା ସେ ବଂଚିବା ଏକ ଚମତ୍କାରଠାରୁ କମ ନୁହେଁ ବୋଲି କୁହାଯାଉଛି । ତାଙ୍କ ମୁଣ୍ଡ ସାମାନ୍ୟ ମାଡ ହୋଇଥିଲେ ମଧ୍ୟ ସେ ସୁସ୍ଥ ଅଛନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.