Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ଚୋରି, ଗଛରେ ୩ ଯୁବକଙ୍କୁ ବାନ୍ଧିଦେଲେ ମାଲିକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁସାରେ ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏମିତି ଘଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ ।

3 Youth Tied In A Tree For Motor Robbery In Mayurbhanj

ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକଟା ମାଟିଆ ଅଞ୍ଚଳରେ ଘଟିଛି । ସୂଚନା ମୁତାବକ  ଚିଟିକା ମାଟିଆର କାର୍ତ୍ତିକ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାରିରୁ ଏହି ତିନିଜଣ ଯୁବକ ବୋରିଂ ମୋଟର ଚୋରି କରି ନେଇ ବିକି ଦେଇଥିଲେ । ଏହାପରେ କାର୍ତ୍ତିକ ସେମାନଙ୍କୁ ଧରି ଗଛରେ ବାନ୍ଧି ଏଭଳି ଦଣ୍ଡ ଦେଇଛନ୍ତି ।

ତେବେ ଏନେଇ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଲୋକେ ନିଜେ ଆଇନକୁ ହାତକୁ ନେଇ କଙ୍ଗାରୁକୋର୍ଟ କରିଛନ୍ତି ।

Leave A Reply

Your email address will not be published.