Latest Odisha News

BREAKING NEWS

କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ୧୦ ସଂକଟାପନ୍ନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୩ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ କଟକ ଏସସିବି ରେ ଚିକିତ୍ସା କରାଯାଉଛି । ଆହତଙ୍କ  ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଚିକିତ୍ସିତ ହେଉଥିବା ଆହତଙ୍କ ଶରୀର ୮୦ ପ୍ରତିଶତରୁ ଅଧିକ ପୋଡିଯାଇଛି ।

ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି।  ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ବାଣର ବିସ୍ଫୋରଣ ଚାଲିଥିବା ବେଳେ ବାଣ ଯାଇ ବାଣୁଆ ଷ୍ଟକ୍ ରଖିଥିବା ବାଣ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିଥିଲା। ଏହା ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ପଡ଼ିଥିଲା।

Leave A Reply

Your email address will not be published.