Latest Odisha News

BREAKING NEWS

ଆଜିଠୁ ବିଧାନସଭାର ଶୀତ ଅଧିବେଶନ : ନାଗଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଶୀତକାଳୀନ ଅଧିବେଶନକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧରେ ଲଢ଼େଇ ହେବ ।  ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି।

ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବାରୁ ପୁଲିସ୍ ତଦନ୍ତରେ ଶିଥିଳତାକୁ ନେଇ ସରକାରଙ୍କୁ ଘେରିବେ ବିଜେପି ଓ କଂଗ୍ରେସ ବିଧାୟକ ।  ସେହିପରି ଚାଷୀ ପ୍ରସଙ୍ଗରେ ମଧ୍ୟ ଅଲୋଚନା ହେବ। ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି, ଆଇନ୍ ଶୃଙ୍ଖଳା ସ୍ଥିତି  ଓ ଦରଦାମ୍ ବୃଦ୍ଧିକୁ ନେଇ ବି ଗୃହରେ ବିରୋଧୀ ପ୍ରସଙ୍ଗ ଉଠାଇବେ। ବିରୋଧୀଙ୍କୁ ଜବାବ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ବିରୋଧୀଙ୍କୁ ସାମନା କରିବାକୁ କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ଦଳ।

ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ଥିବାବେଳେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ।

Leave A Reply

Your email address will not be published.